CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୬୩୧ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୧୪ କ୍ୱରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୧୩ ହଜାର ୪୧୧ ଜଣରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୨ ଜଣ ଥିବା ଜଣାପଡିଛି। ସେହିପରି କଟକ ୩୭୦, ମୟୁରଭଞ୍ଜ ୩୬୫, ବରଗଡ ୨୩୮, ଭଦ୍ରକ ୧୮୬, ବାଲେଶ୍ୱର ୧୧୪, ଯାଜପୁର ୧୨୭, ରାୟଗଡାରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।