CORONAVIRUS UPDATE: ରାଜ୍ୟରେ ୧୬୧୭ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୭୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୭୫, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୫ , ଭଦ୍ରକରୁ ୩୦, ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୧୯, କଟକରୁ ୧୨୮, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୪୫ , ଗଜପତିରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୨୦ ଜଗତ୍‌ସିଂହପୁରରୁ ୮୦, ଯାଜପୁରରୁ ୪୦ , ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୮୪ , କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୩, କୋରାପୁଟରୁ ୩୨, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୮୫ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୩୩ , ନୟାଗଡ଼ରୁ ୪୦, ନୂଆପଡ଼ାରୁ ୫୯, ପୁରୀରୁ ୭୬, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୨୨, ସୁବର୍ଣ୍ଣପୁରରୁ ୮ ଓ ସୁନ୍ଦରଗଡ଼ର ୯୩ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮୭୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୬୨୯ ଚିକିତ୍ସାଧୀନ ଅଛନ୍ତି। ୨୭୦୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।