CORONAVIRUS UPDATE: ୧୦ ହଜାର ଛୁଇଁଲା ରାଜ୍ୟରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପୁଣି ୫୭୧ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୫୬, ସୁନ୍ଦରଗଡ଼ରୁ ୫୧, ଖୋର୍ଦ୍ଧାରୁ ୩୭, କଟକରୁ ୨୯, ବାଲେଶ୍ୱରରୁ ୨୮, ଜଗତ୍‌ସିଂହପୁରରୁ ୧୭, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୪, ରାୟଗଡ଼ାରୁ ୧୦, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଲେଖାଏ, ସମ୍ବଲପୁରରୁ ୬, ବଲାଙ୍ଗୀରରୁ ୫, ଅନୁଗୋଳ ଏବଂ ପୁରୀରୁ ୪ ଲେଖାଏ, କେନ୍ଦ୍ରାପଡ଼ାରୁ ୩ ଆକ୍ରାନ୍ତ ରହିଛନ୍ତି।
ସେହିଭଳି ଭଦ୍ରକ, ଢ଼େଙ୍କାନାଳ, ଝାରସୁଗୁଡ଼ା, ନୟାଗଡ଼ରୁ ଜଣେ ଲେଖାଏ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୫୭ ଚିକିତ୍ସାଧୀନ ଅଛନ୍ତି। ୬୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।