CORONAVIRUS UPDATE : ନୂଆ ୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୧୬ ଆକ୍ରାନ୍ତ ସୁରଟ ଫେରନ୍ତା, ରାଉରକେଲା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର

ଭୁବନେଶ୍ୱର, ୯।୫(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୧୪ ଏବଂ ପରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର। ଜଣଙ୍କୁ ଛାଡି ୧୬ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ମୟୂରଭଞ୍ଜର ୩ ପଜିଟିଭ। ଭଦ୍ରକ ଓ ସୁନ୍ଦରଗଡ଼ ଜିଲାର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ତେବେ ରାଉରକେଲା ଆକ୍ରାନ୍ତ ଜଣଙ୍କ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।