CORONAVIRUS UPDATE: ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୩

ଭୁବନେଶ୍ୱର,୨୬।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ କରୋନା ଚିକତ୍ସାଧିନଙ୍କ ସଂଖ୍ୟା ୬୮ ଏବଂ ସୁସ୍ଥଙ୍କ ସଂଖ୍ୟା ୩୪ ହୋଇଛି। ନୂତନ ଆକ୍ରାନ୍ତ ମାନେ ସୁନ୍ଦରଗଡ ଜିଲାର। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଏବଂ ୬୦ ବର୍ଷର ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ୫୭ ବର୍ଷୀୟ ମହିଳା ଅଛନ୍ତି ବୋଲି ସୂଚନା ମିଳିଛି।