CORONAVIRUS UPDATE: ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାା ୬୧୧ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଖୋର୍ଦ୍ଧାର ୩, ଗଞ୍ଜାମର ସର୍ବାଧିକ ୪୨, ଭଦ୍ରକର ୯, ଯାଜପୁରରେ ୧୭ ଓ ସୁନ୍ଦରଗଡ଼ ଅଞ୍ଚଳର ୨ଜଣ ରହିଥିବା ସୂଚନା ରହିଛି। ଖୋର୍ଦ୍ଧା ଓ ଗଞ୍ଜାମର ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ଭଦ୍ରକରେ ୫ଜଣ ଆକ୍ରାନ୍ତ ସୁରଟ, ୩ ଜଣ ପଶ୍ଚିମବଙ୍ଗରୁ ଓ ଜଣେ କର୍ନାଟକ ଫେରନ୍ତା ଥିବା ଜଣାପଡ଼ିଛି। ସେହିପରି ଯାଜପୁରର ୧୭ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ସୁନ୍ଦରଗଡ଼ର ୨ନୂଆ ଚିହ୍ନଟ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନର। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ରେ ଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୪୬୫ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୪୩ ଜଣ ସୁସ୍ଥ ଓ ୩ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଦରମା ପାଇଁ ମା’ ବାପାଙ୍କ ଆମରଣ ଅନଶନ

ଖୁଣ୍ଟା,୪ା୨(ଡ଼ି.ଏନ୍‌.ଏ.)-ପୁଅର ଦରମା ଟଙ୍କା ମଞ୍ଜୁର ପାଇଁ ମା’ବାପାଙ୍କୁ ଆମରଣ ଅନଶନରେ ବସିବାକୁ ପଡ଼ିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ...

ବିଜେଡିର ପ୍ରାର୍ଥୀ ଘୋଷଣା: ରାଜ୍ୟ ସଭା ଯିବେ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହାନ୍ତ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଖାଲି ପଡ଼ିଥିବା ୪ ସିଟ୍‌ ଲାଗି ଦଳ ସୁବାସ ସିଂ, ମୁନା...

ମାର୍ଚ୍ଚ ପ୍ରଥମ ସପ୍ତାହରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଲାଗିପାରେ ଲକଡାଉନ୍‌

ମୁମ୍ବାଇ,୬ ।୩: କରୋନାର ଲେଉଟାଣି ପୁଣିଥରେ ମହାରାଷ୍ଟ୍ରବାସୀଙ୍କ ଉପରେ ଦାଉ ସାଧିଲାଣି । ଫେବୃୟାରୀ ମଧ୍ୟ ଭାଗରୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ...

କରୋନା ସଂକ୍ରମଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ: ବିଶ୍ୱରେ ୯୦ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୨।୬: ଆମେରିକା, ବ୍ରାଜିଲ, ଭାରତ, ରୁଷିଆ ଓ ପାକିସ୍ତାନ କରୋନା ସଂକ୍ରମଣ କ୍ଷେତ୍ରରେ ଆଗୁ ବଢିବାରେ ଲାଗିଛନ୍ତି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୩୦ ହଜାର...

ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‌’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ର...

ପୁଣି ବଢ଼ିଲା ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୨୦୦ ଟପିଲା…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର...

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ...

କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର...

Advertisement
Archives

Model This Week