୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୫,୦୭୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଏବେ ସାରା ଦେଶରେ ସଂକ୍ରିତଙ୍କ ସଂଖ୍ୟା ୧୬,୩୮,୫୮୭ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦,୫୭.୮୦୫ ସୁସ୍ଥ ହୋଇ ସାରିଲେଣି। ଏହାସହ ଦେଶରେ ଏବେସୁଦ୍ଧା ୩୫,୭୪୭ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

Share