ପବନରେ କରୋନା ଭୂତାଣୁ ହରାଇ ଥାଏ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି, ଗବେଷଣା ରିପୋର୍ଟ…

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପବନରେ କରୋନା ଭୂତାଣୁ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି ହରାଇ ଥାଏ।

ପବନରେ ରହିବା ପରେ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାର କ୍ଷମତା ୨୦ ମିନିଟ ମଧ୍ୟରେ ୯୦ ପ୍ରତିଶତ କମିଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅବଶ୍ୟ, ପବନରେ ଉଡ଼ିବୁଲିବାର ପାଞ୍ଚ ମିନିଟ ମଧ୍ୟରେ, କରୋନା ଭୂତାଣୁ ସଂସ୍ପର୍ଶରେ ଆସୁଥିବା ଲୋକେ ଏହା ଦ୍ୱାରା ଆକାନ୍ତ ହୋଇଥାନ୍ତି। ତେବେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ଦ୍ୱାରା ସଂକ୍ରମଣର ଆଶଙ୍କା କମି ଯାଇଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଏହି ଗବେଷଣାରୁ ଜଣାପଡ଼ିଛି ଯେ, କରୋନା ଭୂତାଣୁ ଦ୍ୱାରା ପବନରେ ସଂକ୍ରମଣ କେବଳ ଅଳ୍ପ କିଛି ସମୟ ପାଇଁ ହୋଇଥାଏ। ଏପରିସ୍ଥଳେ ଶାରୀରିକ ଦୂରତା ଏବଂ ମାସ୍କ ପିନ୍ଧିବା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। କରୋନା ସଂକ୍ରମଣକୁ ରୋକିବାରେ ଏହା ଏକ ସୁଦୃଢ଼ ପଦକ୍ଷେପ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ଏରୋସୋଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ  ତଥା ଗବେଷଣାର ମୁଖ୍ୟ ପ୍ରଫେସର ଜୋନାଥନ ରିଡ କହିଛନ୍ତି ଯେ ଲୋକମାନେ କମ ବାୟୁ ଚଳାଚଳ କରୁଥିବା ସ୍ଥାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସଂକ୍ରମଣ ଏକ ମିଟର ଦୂରତା ମଧ୍ୟରେ ତଥା ବନ୍ଦ ଘରେ ଅଧିକ ହୋଇଥାଏ। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟତର ହେଲେ ସଂକ୍ରମଣର ଆଶଙ୍କା ଅଧିକ ଥାଏ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ଗଲେ ଏରୋସୋଲ କମ ପ୍ରଭାବଶାଳୀ ହେବା ସହ ଭୂତାଣୁର ସଂକ୍ରାମକ କ୍ଷମତା ମଧ୍ୟ କମ ହୋଇଥାଏ। କାରଣ ସମୟ ବଢ଼ିବା ସହିତ ଭୂତାଣୁ ସଂକ୍ରମିତ ହେବାର କ୍ଷମତା ହରାଇଥାଏ ବୋଲି ସେ କହିଛନ୍ତି। ବାୟୁ ସଂସ୍ପର୍ଶରେ ଆସିବା ପରେ ଭୂିାଣୁର ସଂକ୍ରମଣ କରିବା କ୍ଷମତା କମିଯାଏ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପବନ ଭାଇରାଲ କଣିକାକୁ ଶୁଖାଇ ଦେଇଥାଏ। ବାୟୁରେ କାର୍ବନ ଡାଇଅକ୍ସାଇଡ ମାତ୍ରା ହ୍ରାସ ହେବାଦ୍ୱାରା ଭୂତାଣୁର ପିଏଚ୍‌ସ୍ତର ବଢ଼ିିଥାଏ। ଯାହା ଦ୍ୱାରା ଭୂତାଣୁ କମ ସଂକ୍ରମିତ ହୋଇଥାନ୍ତି। କରୋନା ଭୂତାଣୁ ସଂକ୍ରମଣରେ ଆର୍ଦ୍ରତା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ ଶୁଖିଲା ପବନରେ କରୋନା ଭୂତାଣୁୁ ଆର୍ଦ୍ର ବାୟୁ ଅପେକ୍ଷା ଶୀଘ୍ର ସଂକ୍ରମଣ ଶକ୍ତି ହରାଇଥାଏ। ବାୟୁମଣ୍ଡଳରେ କରୋନା ଭୂତାଣୁ ତିନି ଘଣ୍ଟା ପରେ ଜୀବିତ ରହିପାରିଥାଏ।
ପାଞ୍ଚ ସେକେଣ୍ଡ ମଧ୍ୟରେ ଭୂତାଣୁ ପ୍ରାୟ ଅଧା ସଂକ୍ରମଣ ହରାଥାଏ। ପରବର୍ତ୍ତୀ ପାଞ୍ଚ ମିନିଟରେ ସଂକ୍ରମଣ ହାର ୧୯ ପ୍ରତିଶତକୁ ଖସିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri