Categories: ଜାତୀୟ

କରୋନା ସଂକ୍ରମଣ ସାମାନ୍ୟ କମିଲା

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୫୯,୩୮୪ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୦୪,୫୮,୨୫୧ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୨, ୯୫,୪୮,୩୦୨ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୦୯ହଜାର ୬୩୭ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୦୦,୩୧୨କୁ ବୃଦ୍ଧି ପାଇଛି।

Share