Categories: ଜାତୀୟ

ପୁଣି ଆସିପାରେ କରୋନା ଭଳି ମହାମାରୀ, ପ୍ରତିଦିନ ହୋଇପାରେ ୧୫ ହଜାର ଲୋକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୪: ପ୍ରାୟ ୩ ବର୍ଷ ହେବ ବିଶ୍ୱରୁ କରୋନା ମହାମାରୀର ପ୍ରଭାବ ଯାଇ ନ ଥିବା ବେଳେ ଏବେ ଏକ ନୂଆ ରିପୋର୍ଟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏକ ସ୍ବାସ୍ଥ୍ୟ ବିଶ୍ଳେଷକ ଫାର୍ମ ତା’ର ରିପୋର୍ଟରେ ଦାବି କରିଛି ଯେ ୨୭.୫ ପ୍ରତିଶତ ଆଶଙ୍କା ରହିଛି ଯେ ଆଗାମୀ ଦଶକରେ କରୋନା ଭଳି ଆଉ ଏକ ମହାମାରୀ ବିଶ୍ୱକୁ ଡରାଇ ଦେଇପାରେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଠିକ୍‌ ସମୟରେ ଏହାର ଭ୍ୟାକ୍ସିନ ତିଆରି କରି ଏହାକୁ କମ କରାଯାଇପାରିବ।
ଲଣ୍ଡନର ଏୟାରଫିନିଟି ଲିମିଟେଡ ନାମକ ଏକ ଫାର୍ମ ଦାବି କରିଛି କି ଜଳବାୟୁ ପରିବର୍ତ୍ତନ, ଅନ୍ତରାଷ୍ଟ୍ରୀୟ ଯାତ୍ରାରେ ବୃଦ୍ଧି, ବଢୁଥିବା ଜନସଂଖ୍ୟା ଓ ପ୍ରାଣୀଙ୍କଠାରୁ ମନୁଷ୍ୟକୁ ବ୍ୟାପୁଥିବା ରୋଗ ଯୋଗୁ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି। କମ୍ପାନୀ ଏହା ବି କହିଛି କି ଯଦି ନୂଆ ସଂକ୍ରାମକ ରୋଗ ସମ୍ପର୍କରେ ଜଣାପଡେ ତେବେ ୧୦୦ ଦିନ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଗଲେ ମହାମାରୀର ଭୟାବହତା କମ ହୋଇ ୮ ପ୍ରତିଶତ ରହିଯିବ।
କମ୍ପାନୀ କହିଛି ଯଦି ପରିସ୍ଥିତି ବିଗିଡି ଯିବ ଓ ଅଣାୟତ୍ତ ହେବ ତେବେ ବାର୍ଡଫ୍ଲୁ ଭଳି ସଂକ୍ରମଣରେ କେବଳ ବ୍ରିଟେନରେ ପ୍ରତିଦିନ ୧୫ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ। ଗତ ଦୁଇ ଦଶକରେ ବିଶ୍ୱ ୩ ବଡ ମହାମାରୀ ଦେଖି ସାରିଲାଣି। ଏଗୁଡିକ ହେଉଛି କରୋନା, ସାର୍ସ, ମର୍ସ ଓ ସ୍ବାଇନ ଫ୍ଲୁ ଭଳି ମହାମାରି।

Share