Categories: ଜାତୀୟ

ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୩।୯: ଦେଶରେ କରୋନା ସଂକ୍ରମିତଙ୍କ ଧୀରେ ଧୀରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୫,୩୫୨ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୬୬ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୨୯,୦୩,୨୮୯ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୩,୨୦,୬୩,୬୧୬ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୯୯ ହଜାର ୭୭୮ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୩୯,୮୯୫କୁ ବୃଦ୍ଧି ପାଇଛି।

Share