କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା ପରେ ମଧ୍ୟ ସବୁ କିଛି ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ବିଲିୟନେୟାର ସୂଚୀ ମୁତାବକ ବିଶ୍ୱର ଟପ୍‌ ବିଲିୟନେୟାରଙ୍କ ସମ୍ପତ୍ତି ହ୍ରାସ ଘଟିଛି। କେଉଁ ବିଲିୟନେୟାର କେତେ ପରିମାଣର କ୍ଷତି ସହିଛନ୍ତି ତାହା ଏଠାରେ ଦିଆଗଲା…..
୧- ଜେଫ ବେଜୋସ, ଆମାଜନ ପ୍ରତିଷ୍ଠାତା
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସମ୍ପତ୍ତି ବର୍ତ୍ତମାନ ୧୦୫ ବିଲିୟନ ଡଲାରକୁ ହ୍ରାସ ଘଟିଛି। କରୋନା ପାଇଁ ବେଜୋସଙ୍କ ସମ୍ପତ୍ତିରେ ୮.୧୪ ବିଲିୟନ ଡଲାର ହ୍ରାସ ଘଟିଛି।
୨- ବିଲ ଗେଟ୍‌ସ, ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା
ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବର୍ତ୍ତମାନ ୯୮ ବିଲିୟନ ଡଲାର ରହିଛି। ତାଙ୍କୁ ୬.୯୮ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି।
୩- ମାର୍କ ଜୁକରବର୍ଗ, ଫେସ୍‌ବୁକ
ଫେସବୁକର ସହ ପ୍ରତିଷ୍ଟାତା ମାର୍କ ଜୁକରବର୍ଗ ୫୯.୫ ବିଲିୟନ ଡଲାର ରହିଛି। କରୋନା ପାଇଁ ତାଙ୍କ ସମ୍ପତ୍ତିରେ ୫.୮୯ ବିଲିୟନ ଡଲାର ହ୍ରାସ ଘଟିଛି।
୪- ଲେରୀ ପେଜ୍‌, ଗୁଗଲ
ଗୁଗଲର ସହ ପ୍ରତିଷ୍ଠାତା ଲେରୀ ପେଜ୍‌ ୪.୩୪ ବିଲିୟନ ଡଲାର କ୍ଷତି ସହିବା ସହ ସମ୍ପତ୍ତି ୫୪.୬ ବିଲିୟନ ଡଲାରକୁ ଖସି ଆସିଛି।
୫- ସର୍ଗି ବ୍ରେନ, ଗୁଗଲ
ଗୁଗଲର ଅନ୍ୟ ଜଣେ ସହ ପ୍ରତିଷ୍ଠାତା ସର୍ଗୀ ବ୍ରେନଙ୍କ ସମ୍ପତ୍ତି ୪.୨୨ ବିଲିୟନ ଡଲାର ହ୍ରାସ ଘଟି ୫୩ ବିଲିୟନ ଡଲାର ରହିଛି।
୬- ଜ୍ୟାକ ମା, ଆଲିବାବା
ଆଲିବାବାର ପ୍ରତିଷ୍ଠାତା ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହି ଆସିଥିବା ଜ୍ୟାକ ମା ୧.୯୪ ବିଲିୟନ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୪୨.୭ ବିଲିୟନ ଡଲାର ରହିଛି।
୭- ମୁକେଶ ଅମ୍ବାନୀ, ରିଲାଏନ୍ସ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩.୩୫ ବିଲିୟନ ଡଲାର କ୍ଷତି ହୋଇଥିଲା। ବର୍ତ୍ତମାନ ରିଲାଏନ୍ସରେ ନିବେଶ ବଢିବାରୁ ସେ ବିଶ୍ୱର ଶୀର୍ଷ ୧୦ ଧନୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତାଙ୍କ ସ୍ଥାନ ୯ ନମ୍ବର ରହିଛି।
୮- ଏଲନ ମସ୍କ, ଟେସଲା
ଟେସଲା ଇ-କାରର ମାଲିକ ଏଲନ ମସ୍କ କରୋନା ଯୋଗୁ ୨.୮୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ତାଙ୍କ ସମ୍ପତ୍ତି ୩୨.୨ ବିଲିୟନ ଡଲାରକୁ ଖସିଛି।
୯- ଅଜୀମ ପ୍ରେମଜୀ, ଓ୍ବିପ୍ରୋ
ଓ୍ପିପ୍ରୋର ଅଜୀମ ପ୍ରେମଜୀ ୮୭୦ ନିୟୁତ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୧୫.୧ ବିଲିୟନ ଡଲାରକୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri