Categories: ଜାତୀୟ

ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ରାଜାଭିଷେକ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୦ : ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଜ୍ୟୋର୍ତିପୀଠର ନୂତନ ଶଙ୍କରାଚାର୍ଯ୍ୟ ଭାବରେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ରାଜାଭିଷେକ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ ବି.ଆର ଗାଭାଇ ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କର ସୂଚନା ଦେବା ପରେ ପ୍ରକାଶ କରିଥିଲେ ଯେ, ପୁରୀର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ ଜ୍ୟୋର୍ତିପୀଠର ନୂତନ ଶଙ୍କରାଚାର୍ଯ୍ୟ ଭାବରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ନିଯୁକ୍ତିକୁ ସମର୍ଥନ କରାଯାଉ ନାହିଁ। ବେଞ୍ଚ କହିଛନ୍ତି ଯେ ପ୍ରାର୍ଥନା ଧାରାକୁ ଦର୍ଶାଇ ଏହି ଆବେଦନ ଅନୁମୋଦିତ।

ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କୁ ଜ୍ୟୋର୍ତି ପୀଠର ଉତ୍ତରାଧିକାରୀ ଭାବରେ ନିଯୁକ୍ତ ମିଥ୍ୟା ବୋଲି କହି ଶୀର୍ଷ କୋର୍ଟ ଏକ ପିଟିଶନ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଦିବଗନ୍ତ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରାପାନନ୍ଦ ସରସ୍ବତୀ ଜ୍ୟୋର୍ତି ପୀଠର ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରିଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ୨୦୨୦ପରଠାରୁ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଅଛି।

Share