କରୋନାର ପଞ୍ଚମ ଲହର, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ସିଟି ଅଫ୍‌ ଭିକ୍ଟୋରିଆ, ୧୯।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ବଢ଼ିବା ସହିତ ମୃତ୍ୟ ସଂଖ୍ୟା ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ମୃତଦେହ ରଖିବାକୁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ଦୈନିକ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବାବେଳେ ମୃତ୍ୟୁ ସଂଖ୍ୟା ୨୫୦ ଉପରେ ରହୁଛି। ୯୭ ପ୍ରତିଶତ ଆକ୍ରାନ୍ତଙ୍କଠାରେ ପଞ୍ଚମ ଲହରର ପ୍ରଭାବ ଦେଖିବାକୁ ମିଳୁଛି।

ଇତିମଧ୍ୟରେ ହଂକଂରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଏହା ଏବେ ୧୦ ଲକ୍ଷ ୧୬ ହଜାର ୯୪୪ ଛୁଇଁଛି। ଚଳିତ ବର୍ଷ ଫେବୃୟାରୀ ୯ରୁ ବର୍ତ୍ତମାନ ସୁଦ୍ଧା ଏଠାରେ ୫,୪୦୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ଚାଇନାରେ ମୃତ୍ୟୁ ସଂଖ୍ୟା ୪,୬୩୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ରହିଛନ୍ତି ବୋଲି ବିଭିନ୍ନ ହସ୍ପିଟାଲ ତଥା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share