କରୋନାର ଶସ୍ତା ଔଷଧ ଏବେ ବଜାରରେ…

ହାଇଦ୍ରାବାଦ୍‌,୧୫।୮: ଦେଶରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ତେବେ ହାଇଦ୍ରାବାଦ୍‌ରୁ ଖୁସି ଖବର ମିଳିଛି। ସ୍ଥାନୀୟ ଔଷଧ କମ୍ପାନୀ ଏମ୍‌ଏସ୍‌ଏନ୍‌ ଗ୍ରୁପ୍‌ ପକ୍ଷରୁ ଶସ୍ତା କରୋନା ଔଷଧ ‘ଫେବିଲୋ’ ପ୍ରସ୍ତୁତ କରାଯାଇଛି। ଏହାକୁ ଫେବିପିରାଭିର୍‌ରୁ ପ୍ରସ୍ତୁତ କରାଯାଇଛି। ଏହାର ୨୦୦ ମିଲିଗ୍ରାମ୍‌ ଟ୍ୟାବେଲଟ୍‌ର ଦାମ ୩୩ ଟଙ୍କା ରହିଛି। ଏହି ଔଷଧର ଦାମ୍‌ କମ୍‌ ରହିଥିବାରୁ ଏହାକୁ ସହଜରେ ଆକ୍ରାନ୍ତ କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ଖୁବ୍‌ଶୀଘ୍ର ୪୦୦ ମିଲିଗ୍ରାମ୍‌ ଟ୍ୟାବେଲଟ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହାପୂର୍ବରୁ ଏମ୍‌ଏସ୍‌ଏନ୍‌ ଗ୍ରୁପ୍‌ ପକ୍ଷରୁ ଆଣ୍ଟି ଭାଇରାଲ ଔଷଧ ଆସେଲ୍ଟାମିଭରକୁ ‘ଆସ୍ଲୋ’ ନାମରେ ବଜାରରେ ପ୍ରବେଶ କରାଇସାରିଛି। ୭୫ ମିଲିଗ୍ରାମ୍‌ର ଏହି ଟ୍ୟାବଲେଟ୍‌ ସାମାନ୍ୟ ଏବଂ ମଧ୍ୟମ କରୋନା ଲକ୍ଷଣ ପ୍ରକାଶ ପାଉଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିଛି।

Share