କରୋନାର ନୂଆ ଲହରକୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୧୬ ।୭: ସାରା ବିଶ୍ୱରେ ପୁଣିଥରେ କରୋନା ମହାମାରୀ ତା’ର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଯେତେବେଳେ ସ୍ଥିତି ଆୟତ୍ତରେ ଥିଲା ଏବେ କିନ୍ତୁ ଏହା ଅଣାୟତ୍ତ ହେବାକୁ ଯାଉଛି । କେବଳ ସଂକ୍ରମିତ ନୁହେଁ ମୃତକଙ୍କକ ସଂଖ୍ୟା ବି ବଢିବାରେ ଲାଗିଛି । ଏହି ବଦଳୁଥିବା ଟେଣ୍ଡକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ଜାରି କରିଛି । ନୂଆ ଲହରକୁ ନେଇ ଡବ୍ଳୁଏଚଓ ଚେତାବନୀ ଜାରି କରିଛି ।
ଡବ୍ଳୁଏଚଓର ଚିଫ ସାଇଣ୍ଟିଷ୍ଟ ସୌମ୍ୟା ସ୍ୱାମିନାଥନ କହିଛନ୍ତି, ଏବେ କରୋନାର ନୂଆ ଲହର ପାଇଁ ପ୍ରସ୍ତୂତ ରହିବା ଦରକାର । ଯହାବି ନୂଆ ଭାରିଏଣ୍ଟ ଆସୁଛି ସବୁର ରୂପ ଭିନ୍ନ ଭିନ୍ନ ରହିଛି । ଏହା ଦ୍ରୁତ ଗତିରେ ପ୍ରସାର ଲାଭ କରୁଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢିବ ତେବେ ମୃତକଙ୍କ ସଂଖ୍ୟା ବି ବଢିବ ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବି ବଢିବ । ଏହି ବଦଳୁଥିବା ସ୍ଥିତିକୁ ନେଇ ସବୁ ଦେଶ ନିଜ ନିକଟରେ ଏକ ଆକ୍ସନ ପ୍ଲାନ ପସ୍ତୁତ ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ୱାର୍ଲ ବ୍ୟାଙ୍କର ଆଡଭାଇଜର ଫିଲିପ ସେଲକେନ୍ସଙ୍କ ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଏହି ଟୁଇଟ କରିଛନ୍ତି । ଫିଲିପ କହିଥିଲେ ଯେ ବିଶ୍ୱରେ କରୋନାର ସ୍ଥିତି ପୁଣି ବଦଳିଯାଇଛି । ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ପୁଣିଥରେ ବିଗିଡିଯିବା ଲକ୍ଷ୍ୟ କରାଯାଉଛି । ଫିଲିପଙ୍କ ଏହି ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଚେତାବନୀ ଜାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri