ଅକ୍ଟୋବରରେ ପିକ୍‌କୁ ଯିବ କରୋନା ସଂକ୍ରମଣ, ଦୈନିକ ଚିହ୍ନଟ ହେବେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ,୩ ।୮: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଦେଖାଦେଇଛି । ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ଅଗଷ୍ଟରେ କରୋନାର ତୃତୀୟ ଲହର ଆସିଯିବା ସହ ଅକ୍ଟୋବରରେ ଏହା ପିକ୍‌କୁ ଯିବ । ସେତେବେଳେ ଦିନକୁ ଦେଢ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ । ଭାରତୀୟ ପ୍ରାଦ୍ଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ହାଇଦ୍ରାବାଦ ଓ କାନପୁରର ବିଶେଷଜ୍ଞମାନେ ଏହି ଅନୁମାନ ମ୍ୟାଥମେଟିକାଲ ମଡେଲ ଆଧାରରେ ଲଗାଇଥିବା ପ୍ରକାଶ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମୟ କ୍ରମେ ଅନ୍ୟ ରାଜ୍ୟରେ ବି ସ୍ଥିତି ଖରାପ ହେବ ବୋଲି ଅନୁମାନ କରାଯାଇଛି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ଲହର ଘାତକ ହେବ ନାହିଁ । କିନ୍ତୁ ଆରମ୍ଭରୁ ଆମକୁ କରୋନା ପ୍ରୋଟୋକଲ ପାଳନ କରିବାକୁ ପଡିବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ସାନିଟାଇଜର ବ୍ୟବହାର କରିବା ଇତ୍ୟାଦି ଉପରେ ଧ୍ୟାନ ଦେବା ଜରୁରୀ । ବିଶେଷ ଭାବେ ଶିଶୁ, ବୟସ୍କ ବ୍ୟକ୍ତି ଓ ରୋଗୀଙ୍କ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ । ଭିଡ ସ୍ଥାନକୁ ଆଦୌ ଯିବା ନାହିଁ କି ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ।

Share