ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କେହି କେହି ବିଶେଷଜ୍ଞ କହୁଛନ୍ତି ଦେଶର କିଛି ରାଜ୍ୟରେ କରୋନାର ତୃତୀୟ ଲହର ଆସିଥିବା ବେଳେ ଆଉ କେହି କହୁଛନ୍ତି ଏହାର ତୃତୀୟ ଲହର ଆସିବାକୁ ଆଉ କିଛି ସମୟ ଲାଗିବ । ଏ ସବୁଥିରେ ଏବେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚ୍‌ୟୁ)ର ବିଶେଷଜ୍ଞ । ପ୍ରଫେସର ଜ୍ଞାନେଶ୍ୱର ଚୌବେ କହିଛନ୍ତି କରୋନାର ତୃତୀୟ ଲହର ଆସିବାକୁ ଆଉ ୩ ମାସ ସମୟ ଲାଗିବ । ଟିକାକରଣ ଏହାପାଇଁ ଭଲ କାମ କରିବ । ଯେଉଁମାନେ ଟିକା ନେଇ ସାରିଛନ୍ତି ଓ କରୋନା ସଂକ୍ରମଣଠାରୁ ଭଲ ହୋଇ ସାରିଛନ୍ତି ସେମାନେ ତୃତୀୟ ଲହରରେ ଏତେଟା ସଂକ୍ରମିତ ହେବେ ନାହିଁ । ତୃତୀୟ ଲହର ପାଇଁ ସବୁଠାରୁ ବେଶୀ ଚିନ୍ତା ମାତାପିତାଙ୍କର । କାରଣ କୁହାଯାଉଛି କି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ । ହେଲେ ପ୍ରଫେସର ଚୌବେ କହିଛନ୍ତି ପ୍ରଥମ ଓ ଦ୍ୱିତୀୟ ଲହର ଭଳି ତୃତୀୟ ଲହରରେ ବି ଶିଶୁମାନେ ସୁରକ୍ଷିତ ରିହିବେ ।

Share