ଫେରୁଛି କରୋନା: ବେଜିଂ ସମେତ ଚାଇନାର ଅଧିକାଂଶ ଅଞ୍ଚଳରେ ବଢୁଛି ସଂକ୍ରମଣ

ବେଜିଂ,୨୪ ।୧୦: ଚାଇନର ରାଜଧାନୀରେ ଶନିବାର ୧୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ପୁଣିଥରେ କରୋନାକୁ ନେଇ ଚିନ୍ତା ବଢି ଯାଇଛି । ଦେଶରେ ପୁଣିଥରେ କରୋନା ଫେରୁଥିବା ଦେଖି ଅଧିକାରୀମାନେ ଯାଞ୍ଚ ବଢାଇ ଦେବା ସହ ହୋଟେଲ ବୁକିଂ ଉପରେ କଟକଣା ଲଗାଇଛନ୍ତି । ବେଜିଂରେ ସଂକ୍ରମିତ ହୋଇଥିବା ୫ ଜଣ ଇନର ମଙ୍ଗୋଲିୟା ସ୍ୱାୟତ୍ତ ଅଞ୍ଚଳ, ନିଂଗ୍ସିଶିୟା ହୁଇ ସ୍ୱାୟତ୍ତ ଅଞ୍ଚଳ ଓ ଶାଂକ୍ସି ଅଞ୍ଚଳକୁ ୧୨ ଅକ୍ଟୋବରରୁ ୧୫ ଅକ୍ଟୋବର ମଧ୍ୟରେ ଯାତ୍ରା କରି ୧୬ ଅକ୍ଟୋବରକୁ ବେଜିଂ ଫେରିଥିଲେ । ଜଣେ ସଂକ୍ରମିତ ଅନ୍ୟ ଜଣଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ଶୁକ୍ରବାର ବିଦେଶରେ ୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଏହାର କାରଣ ସାଂଘାଇରେ ରହୁଥିବା ଜଣେ ବୃଦ୍ଧ ଦମ୍ପତି ବୋଲି କୁହାଯାଉଛି । ଯିଏ ଶିୟାନ ସମେତ କିଛି ସହର ଗସ୍ତ କରିବା ପରେ କରୋନାରେ ପୀଡ଼ିତ ହୋଇଥିଲେ ।

Share