ନୂଆ ରୂପରେ କରୋନା ଭୂତାଣୁ

ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି । ଏହି ରୂପକୁ ଗ୍ରୀକ୍‌ ବର୍ଣ୍ଣମାଳାର ଅକ୍ଷର ନାମ ଅନୁସାରେ ଓମିକ୍ରନ୍‌ (Omicron) ନାମକରଣ କରାଯାଇଛି ଏବଂ ଏହାର ବୈଜ୍ଞାନିକ ନାମ ‘B.୧.୧.୫୨୯’। ଏହି ନୂତନ ରୂପ ଯୋଗୁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିବା ବେଳେ ସେହି ଦେଶରେ ସମୁଦାୟ ୯୦% ସଂକ୍ରମଣ ଏହି ନୂଆ ରୂପ ଦ୍ୱାରା ଘଟୁ ଥିବାର ଜଣାପଡ଼ିଛି ।
ଭୂତାଣୁର ଏହି ରୂପରେଖକୁ ସବୁଠାରୁ ଭୟାନକ ପ୍ରଜାତି ବୋଲି ବିବେଚନା କରାଯାଉଛି। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସଂକ୍ରମଣଶୀଳ ବୋଲି ବିଶ୍ୱାସ କରାଯାଉଥିବା ଡେଲଟା ରୂପଠାରୁ ୭ ଗୁଣ ଶୀଘ୍ର ହାରରେ ବ୍ୟାପୁଥିବାର ଜଣା ପଡ଼ିଛି। ଏ ନୂଆ ରୂପର ପ୍ରସାରକୁ ଜଲ୍‌ଦି ନିୟନ୍ତ୍ରଣ ନ କଲେ, ତାହା ଆଗାମୀ ଦିନରେ ବିଶ୍ୱରେ ତୃତୀୟ କିମ୍ବା ଚତୁର୍ଥ ଲହରର ସୂତ୍ରପାତ କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣି। ଇତି ମଧ୍ୟରେ ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି। ତେବେ ପ୍ରଶ୍ନ ଉଠେ : ଏହି ନୂତନ ରୂପ ଏତେ ଭୟାନକ କାହିଁକି ?
ଓମିକ୍ରନ୍‌ ଭୟାନକ କାହିଁକି
ଏହି ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ ପ୍ରାୟ ୫୦ ପ୍ରକାରର ଆକସ୍ମିକ ପରିବର୍ତ୍ତନ (mutation) ଘଟିଛି। କେବଳ ଏହାର ସ୍ପାଇକ୍‌ ପ୍ରୋଟିନରେ ୩୦ଟି ପରିବର୍ତ୍ତନ ଘଟିଛି। ଏହି ସ୍ପାଇକ୍‌ ପ୍ରୋଟିନ ଅଙ୍ଗ ଜରିଆରେ ଭୂତାଣୁ ବ୍ୟକ୍ତି ଶରୀରର ଫୁସଫୁସ୍‌ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ ଏବଂ ଅଧିକାଂଶ ପ୍ରଚଳିତ ଟିକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍‌ ପ୍ରୋଟିନକୁ ହିଁ ଟାର୍ଗେଟ୍‌ କରିଥାନ୍ତି। ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍‌ ପ୍ରୋଟିନର ଅନେକ ପରିବର୍ତ୍ତନ ଘଟି ସାରିଥିବାରୁ ଏବେକାର ଅଧିକାଂଶ ଟିକାଦ୍ୱାରା ସୃଷ୍ଟି ହେଉଥିବା ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭୂତାଣୁକୁ ପ୍ରତିହତ କରିବାରେ ସକ୍ଷମ ହେବନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ, ଏହି ନୂତନ ରୂପର ଗ୍ରାହକ ବନ୍ଧନ ସ୍ଥଳୀ (Receptor Binding Domain) ଅଙ୍ଗରେ ମଧ୍ୟ ୧୦ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଘଟି ସାରିଛି । ଭୂତାଣୁ ନିଜର ଏହି ଅଙ୍ଗ ଜରିଆରେ ହିଁ ସର୍ବପ୍ରଥମେ ଆମ ଶରୀରର କୋଷିକା ସହିତ ସମ୍ପର୍କରେ ଆସିଥାଏ । ଅନ୍ୟପକ୍ଷରେ, ଡେଲଟା ରୂପର ଗ୍ରାହକ ବନ୍ଧନ ସ୍ଥଳୀରେ ମାତ୍ର ୨ଟି ପରିବର୍ତ୍ତନ ଘଟିଥିଲା ।
ଚିନ୍ତାଜନକ ପରିବର୍ତ୍ତିତ ରୂପ
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପକୁ ଏକ ଚିନ୍ତାଜନକ ପରିବର୍ତ୍ତିତ ରୂପ (Variant of Concern) ବୋଲି ଘୋଷଣା କରିଛି। ଭୂତାଣୁର ଏଭଳି ଚିନ୍ତାଜନକ ରୂପସବୁ ବେଶି ମାରାତ୍ମକ ହୋଇଥାନ୍ତି ଏବଂ ଏମାନଙ୍କ ଦ୍ୱାରା ଭବିଷ୍ୟତରେ ବିଶ୍ୱରେ ବଡ଼ ଧରଣର ସଂକ୍ରମଣ ଘଟିବାର ଆଶଙ୍କା ରହିଥାଏ। ଏ ପର୍ଯ୍ୟନ୍ତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସମୁଦାୟ ୪ଟି ରୂପକୁ ଚିନ୍ତାଜନକ ରୂପ ବୋଲି ଘୋଷଣା କରିଛି । ସେଗୁଡ଼ିକ ହେଲା : ଆଲଫା, ବିଟା, ଗାମା ଓ ଡେଲ୍ଟା। ଏହି ରୂପସବୁ ଅତୀତରେ ଅଲଗା ଅଲଗା ଦେଶରେ ଆବିର୍ଭୂତ ହୋଇ ଆତଙ୍କ ଖେଳାଇ ଦେଇଥିଲେ। ଆଲଫା ପରିବର୍ତ୍ତିତ ରୂପ ( B.୧.୧.୭) ବ୍ରିଟେନରେ ଗତ ୨୦୨୦ ସେପ୍ଟେମ୍ବର ମାସରେ, ବିଟା ରୂପ ( B.୧.୩୫୧) ଦକ୍ଷିଣ ଆଫ୍ରିକାରେ ୨୦୨୦ ମଇ ମାସରେ, ଗାମା ରୂପ ( P୧) ବ୍ରାଜିଲରେ ୨୦୨୦ ନଭେମ୍ବର ମାସରେ ଏବଂ ଡେଲଟା ରୂପ ( B.୧.୬୧୭.୨) ଭାରତରେ ୨୦୨୦ ଅକ୍ଟୋବର ମାସରେ ଆବିର୍ଭୂତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଡେଲଟା ରୂପ କାରଣରୁ ହିଁ ଭାରତରେ ମହାମାରୀର ଦ୍ୱିତୀୟ ଲହରର ସୂତ୍ରପାତ ଘଟିଥିଲା ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଉ କେତୋଟି ଅପେକ୍ଷାକୃତ ସ୍ବଳ୍ପ ସଂକ୍ରମଣଶୀଳ ରୂପକୁ ଅଧିକ ଅନୁଧ୍ୟାନ ନିମନ୍ତେ କଡ଼ା ନଜରରେ ରଖିଛି। ଏଭଳି ରୂପସବୁକୁ ଆଗ୍ରହଜନକ ପରିବର୍ତ୍ତିତ ରୂପ ( Variant of Interest) ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ଦୁଇଟି ରୂପ ଯଥା ପେରୁରେ ୨୦୨୦ ମସିହା ଡିସେମ୍ବର ମାସରେ ମିଳିଥିବା ଲାମ୍ବଡା (C.୩୭) ଏବଂ କଲମ୍ବିଆରେ ୨୦୨୧ ଜାନୁୟାରୀ ମାସରେ ମିଳିଥିବା ମିଉ ( B.୧.୬୨୧)କୁ ଆଗ୍ରହଜନକ ରୂପ ଶ୍ରେଣୀଭୁକ୍ତ କରାଯାଇଛି I
ଆବିଷ୍କାର ଓ ପ୍ରସାର
ପ୍ରଥମେ ଏହି ନୂଆ ଓମିକ୍ରନ୍‌ ରୂପର ସନ୍ଧାନ ଆଫ୍ରିକାର ବୋତସୁଆନା ଦେଶରେ ଗତ ନଭେମ୍ବର ୧୧ ତାରିଖରେ ମିଳିଥିଲା। ପରେ ବୈଜ୍ଞାନିକମାନେ ଗବେଷଣାଗାରରେ ଭୂତାଣୁର ଜିନୀୟ ଅନୁକ୍ରମ ( Genomic Sequence) ଅନୁଧ୍ୟାନ କରିବାରୁ ଏହି ନୂଆ ରୂପର ପରିଚୟ ଜଣାପଡିଥିଲା। ଏହି ରୂପ ଅତି ସ୍ବଳ୍ପ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସୀମା ଟପି ହଂକଂ, ଇସ୍ରାଏଲ ଏବଂ ବେଲଜିୟମ, ଭାରତ ଆଦି ପ୍ରାୟ ୩୮ଟି ଦେଶ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି। ଡେଲଟା ରୂପ ୧୦୦ ଦିନ ମଧ୍ୟରେ ବିଶ୍ୱରେ ଯେତିକି ସଂକ୍ରମଣ କରିଥିଲା, ଓମିକ୍ରନ୍‌ ମାତ୍ର ୧୫ ଦିନ ମଧରେ ସେତିକି ଶିକାର କରିସାରିଛି। ଏଇଥିରୁ ଏହି ନୂତନ ରୂପର ତୀବ୍ର ସଂକ୍ରମଣଶୀଳତା ସମ୍ପର୍କରେ କଳ୍ପନା କରାଯାଇପାରେ!
ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନର କାରଣ
ଭୂତାଣୁର ଜିନୀୟ ସ୍ତରରେ ହେଉଥିବା ଆକସ୍ମିକ ପରିବର୍ତ୍ତନକୁ ‘ମ୍ୟୁଟେସନ୍‌’ କହନ୍ତି । ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ (multiply) ହେଉଥିବ, ମ୍ୟୁଟେସନ୍‌ ପ୍ରକ୍ରିୟା ଜରିଆରେ ନୂଆ ନୂଆ ରୂପ ସୃଷ୍ଟି ହେବାର ସମ୍ଭାବନା ସେତେ ଅଧିକ ରହିଥାଏ I ସୁତରାଂ ଆଗାମୀ ଦିନରେ ଭୂତାଣୁର ନୂଆ ନୂଆ ରୂପର ଉତ୍ପତ୍ତି ଉପରେ ରୋକ ଲଗାଇବାକୁ ହେଲେ ତୁରନ୍ତ ଭୂତାଣୁର ସଂକ୍ରମଣ ଚେନ୍‌ ଭଙ୍ଗ କରିବାକୁ ପଡ଼ିବ ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଲ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri