ଡରାଇଲାଣି କରୋନା: ଥଣ୍ଡା, ଜ୍ୱର କାଶ ହେଲେ ଟେଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୧୨: ପୁଣି ଥରେ କରୋନା ଚିନ୍ତା ବଢ଼ାଇଲାଣି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍‌ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ପୁଣି ଭୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ।
ଏଯାବତ କର୍ନାଟକ ଓ କେରଳରେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି। ତେଣୁ ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନ୍ୟାଚୁରାଲ । ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ଗାଇଡଲାଇନ ଜାରି କରିପାରୁ। ଥଣ୍ଡା, ଜ୍ୱର କାଶ ହେଲେ ଆପେଆପେ ଆସି ଟେଷ୍ଟ କରି ନିଅନ୍ତୁ। ଗହଳି ସ୍ତାନରୁ ନିଜକୁ ଦୂରାଇ ରଖନ୍ତୁ ।