ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ

ମାଡ୍ରିଡ୍‌,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସମାନେ ଦିନରାତି କାମ କରି ଚାଲିଛନ୍ତି। ଫଳରେ ଏହି କର୍ମଚାରୀମାନେ ବର୍ତ୍ତମାନ ଅବସାଦର ଶିକାର ହେଉଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ସ୍ପେନର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ନର୍ସମାନେ ଗଧକୁ ଆପଣାର କରିଛନ୍ତି।
ଏହାର କାରଣ ହେଲା ଗଧ ଉଦାସୀନତା ଏବଂ ଚାପରୁ ମୁକ୍ତି ଦେଇଥାଏ। ସ୍ପେନରେ ଡାକ୍ତର ଏବଂ କର୍ମଚାରୀଙ୍କୁ ମାଗଣା ଗଧ ଚିକିତ୍ସା ଦିଆଯାଉଛି। ଯାହା ଦ୍ୱାରା ସେମାନେ ଚାପମୁକ୍ତ ହୋଇପାରିବେ। ଏହା ପ୍ରାଣୀ ସହାୟକ ଚିକିତ୍ସା ଭାବରେ ଜଣାଶୁଣା। ଏହି ଚିକିତ୍ସା ପଦ୍ଧତିରେ ଗଧ ଚାପ, ଉଦାସୀନତା, ଚିନ୍ତା ସହିତ ଶାରୀରିକ ଏବଂ ମାନସିକ ବିକୃତି ଦୂର କରିବାରେ ସାହାଯ୍ୟ କରେ। ଏହି ଚିକିତ୍ସା ସମୟରେ ମାନସିକସ୍ତରରେ ବିଚଳିତ ଲୋକମାନେ ଗଧକୁ ଆଲିଙ୍ଗନ କରନ୍ତି ଏବଂ ସେମାନେ ଆରାମ ଅନୁଭବ କରନ୍ତି।

ଏଥିପାଇଁ ‘ଦି ହାପି ଲିଟିଲ ଡଙ୍କି’ ନାମକ ଏକ ସେବା ସଂଗଠନ କାମ ରୁଛି। ଏହି ସଂଗଠନରେ ୨୩ଟି ଗଧ ରହିଛି। ଯାହା ଆଲଜାଇମର ରୋଗୀ ଏବଂ ଏହିପରି ସମସ୍ୟା ଥିବା ପିଲାମାନଙ୍କ ସହିତ ଏହା କାମ କରୁଛି। ଏହି ପ୍ରକାର ଚିକିତ୍ସା ଘୋଡ଼ା ସହିତ ମଧ୍ୟ ଜଡ଼ିତ। ବିଶେଷଜ୍ଞମାନେ କହିଛନ୍ତି ଯେ, ଗଧଙ୍କର ଶାନ୍ତ ସ୍ବଭାବ ଏବଂ ବ୍ୟକ୍ତିଗତ ସ୍ଥାନ ପ୍ରତି ଅନ୍ତର୍ନିହିତ ସମ୍ମାନର ଭାବନାକୁ ଦୃଷ୍ଟିରେ ରଖି ଗଧମାନେ ମାନସିକ କିମ୍ବା ଭାବାତ୍ମକ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରନ୍ତି।

ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ୨୫ ବର୍ଷର ମୋର୍ଲେସ କୁହନ୍ତି, ପରିସ୍ଥିତି ପୂର୍ବ ଅପେକ୍ଷା ବହୁତ ଖରାପ। ଆମେ ପୂର୍ବରୁ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ ବର୍ତ୍ତମାନ ତାହା ପୁଣି ଘଟୁଛି। କାରଣ ସ୍ପେନ୍‌ରେ ପୁଣି କରୋନା ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ସେ ଦେଶର ଅନ୍ୟ ଏକ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କର ନିରନ୍ତର ଚିକିତ୍ସା ଏବଂ ଅଧିକରୁ ଅଧିକ ଅସୁସ୍ଥତା ହେତୁ ଡାକ୍ତରମାନେ ମଧ୍ୟ ଚାପରେ ରହୁଛନ୍ତି। ତେଣୁ ଗଧମାନଙ୍କ ସହାୟତା ନେଉଛନ୍ତି।

କରୋନା ଭୂତାଣୁ ସହ ଲଢୁଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଏହି ଯୋଜନା ଜୁନ୍‌ ଶେଷରେ ଆରମ୍ଭ ହୋଇଥିଲା। କରୋନା ଭୂତାଣୁ ଯୋଗୁ ସ୍ପେନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩୪୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri