କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଏହାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ ପ୍ରଥମେ ରୁଷ୍‌ ଅଗଷ୍ଟ ୧୦ ସୁଦ୍ଧା କରୋନା ପ୍ରତିଷେଧକ ଟୀକା ଦେଶରେ ଲୋକଙ୍କ ଉପରେ ପ୍ରୟୋଗ କରିବ ବୋଲି ସୂଚନା ଦେଇଛି। ଟୀକାର ମଞ୍ଜୁରୀ ପାଇଁ ରୁଷ୍‌ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଦେଶର ରାଜକୋଷ ମୁଖ୍ୟ କିରିଲ୍‌ ଦିମିତ୍ରେଭ୍‌ କହିଛନ୍ତି ଯେ, ରୁଷ୍‌ ଅଧିକ ଟଙ୍କା କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ଖର୍ଚ୍ଚ କରୁଛି। କରୋନା ଲଢ଼େଇରେ ଦେଶ ଆଗୁଆ ଥିବା ସେ କହିଛନ୍ତି। ରୁଷ୍‌ ୧୯୫୭ରେ ପ୍ରଥମେ ଉପଗ୍ରହ ମହାକାଶକୁ ପ୍ରେରଣ କରିଥିଲା। ଏବେ କରୋନା ଲଢ଼େଇରେ ମଧ୍ୟ ଦେଶ ପୃଥିବୀରେ ଆଗୁଆ ରହି ନୂଆ ଇତିହାସ ରଚିବାକୁ ଯାଉଛି ବୋଲି ସେ କହିଛନ୍ତି। ଗେମଲିଆ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକାକୁ ଶୀଘ୍ର ମଞ୍ଜୁରୀ ଦେବା ପାଇଁ ରୁଷ୍‌ ସରକାର ଯୋଜନା କରୁଛନ୍ତି। ମଞ୍ଜୁରୀ ମିଳିବା ପରେ ଏହାକୁ ସର୍ବସାଧାରଣଙ୍କୁ ଦିଆଯିବ।

Share