Categories: ଜାତୀୟ

ଯେତେବେଳେ ଇଚ୍ଛା ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ,୩।୨: ଭାରତରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଆହୁରି ଗତିଶିଳ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଟିକାକରଣ କାର୍ଯ୍ୟକ୍ରମ ୨୪ ଘଣ୍ଟା ଓ ସପ୍ତାହକୁ ୭ ଦିନ ଚାଲିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବାକୁ ଯୋଗ୍ୟ ବ୍ୟକ୍ତି ଇଚ୍ଛା ଅନୁଯାୟୀ ହସ୍ପିଟାଲରେ ପହଞ୍ଚି ଟିକା ନେଇପାରିବେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏହାଦ୍ୱାରା ଟିକାକରଣ କାର୍ଯ୍ୟକ୍ରମ ଅଧିକ ବ୍ୟାପକ ହୋଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Share