୩୦ ହଜାର କୋଟି ଖର୍ଚ୍ଚ କରି ସମସ୍ତଙ୍କୁ ଦିଆଯାଉ କରୋନା ଟିକା: ମମତା…

କୋଲକାତା,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ମଧ୍ୟ ଜାରି ରହିଛି। ଏପରିସ୍ଥଳେ ସମସ୍ତଙ୍କୁ କରୋନା ଟିକା ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବୀ କରିଛନ୍ତି। ସେ ଶନିବାର ବିଧାନସଭାରେ କହିଛନ୍ତି ଯେ, ଦେଶର ସମସ୍ତଙ୍କୁ କରୋନା ଟିକାଦାନ କରାଗଲେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପରିମାଣର ଟଙ୍କା ଖର୍ଚ୍ଚ କରିବା କେନ୍ଦ୍ର ସରକାରଙ୍କ ପାଇଁ କିଛି ବଡ଼ କଥା ନୁହେଁ। ଏହାପୂର୍ବରୁ ମମତା ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲେ। କେନ୍ଦ୍ର ସରକାର ନୂଆ ପାର୍ଲାମେଣ୍ଟ ଏବଂ ପ୍ରତିମୂର୍ତ୍ତି ନିର୍ମାଣରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦେଶର ଲୋକଙ୍କ ଜୀବନ ରକ୍ଷା ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱବୋଧ ବୋଲି ମମତା କହିଥିଲେ। ଏବେ ପୁଣି ମମତା ସମସ୍ତଙ୍କୁ ଟିକାଦାନ କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

Share