ଖୋଲା ବଜାରରେ ମିଳିବନି କରୋନା ଟିକା

ନୂଆଦିଲ୍ଲୀ, ୨୩।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ କରୋନା ଟିକା ଖୋଲା ବଜାରରେ ମିଳିବ କି ନାହିଁ, ସେନେଇ ଲୋକଙ୍କ ମଧ୍ୟରେୀ ନାନା କଳ୍ପନା ଜଳ୍ପନା ବୃଦ୍ଧି ପାଉଛି। ତେବେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ଯେ, କରୋନା ଟିକା ଖୋଲା ବଜାରରେ ବିକ୍ରି ହେବ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଏବେ ସରକାର ଟିକା ଯେଉଁମାନଙ୍କ ପାଇଁ ଅତ୍ୟାବଶ୍ୟକ, ସେମାନଙ୍କ ପାଖରେ କିଭଳି ଏହା ପହଞ୍ଚିବ ସେ ନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଏହା ଆସନ୍ତା ୭ରୁ୮ ମାସ ପର୍ଯ୍ୟନ୍ତ ଜାରି ରହିବ। ଖୋଲା ବଜାରରେ ବିକ୍ରି ଲାଗି କୌଣସି ଘରୋଇ ଅବା ବିଦେଶୀ ଟିକାକୁ ସ୍ବୀକୃତି ମିଳି ନ ଥିବା ସେ କହିଛନ୍ତି।

Share