Categories: ଜାତୀୟ

ସ୍ଫୁଟନିକ୍‌-ଭି ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୪: ରୁଷିଆର କରୋନା ଟିକା ‘ସ୍ପୁଟନିକ ଭି’କୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ଏହା ସହ ଦେଶକୁ କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଟିକା ମିଳିଯାଇଛି। ଦେଶରେ ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ବ୍ୟବହାର ହୋଇସାରିଛି। ସ୍ପୁଟନିକ ଭି ଅନୁମୋଦନ ପାଇବା ପରେ ଏହି ମହାମାରୀର ମୁକାବିଲା ପାଇଁ ଡାକ୍ତରଙ୍କ ନିକଟକୁ ଆଉ ଏକ ଅସ୍ତ୍ର ଆସିଛି। ଅକ୍ଟୋବର ସୁଦ୍ଧା ଭାରତରେ ପାଞ୍ଚଟି ଟିକା ଅନୁମୋଦନ ହେବାର ସମ୍ଭାବନା ରହିଛି। ସ୍ପୁଟନିକ ଭି ଅନୁମୋଦନ ପାଇବା ପରେ ଭାରତର ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢିବାରେ ସକ୍ଷମ ହେବ। ସ୍କୁଟନିକ୍‌ ଭି ଭାରତକୁ ୮.୫ କୋଟି ଡୋଜ ପ୍ରଦାନ କରିବ ବୋଲି ଜଣାପଡିଛି। ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ଦାୟିତ୍ୱ ଡା ରେଡ୍ଡୀ ଲ୍ୟାବ୍କୁ ମିଳିଛି। ମର୍ଡନ ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ପରେ ସ୍ପୁଟନିଭ ଭି କରୋନାକୁ ମାତ୍‌ ଦେବାରେ ୯୧.୬% ସକ୍ଷମ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡିଛି। ତେଣୁ ଭାରତରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

Share