ଆଜିଠାରୁ ଭାରତରେ କରୋନା ଟିକା ମକ୍‌ ଡ୍ରିଲ , ଜାଣନ୍ତୁ ପ୍ରଥମେ କେଉଁ ରାଜ୍ୟରେ ହେବ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୨: ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି। ଭାରତକୁ କରୋନା ଟିକା ଆସିବା ନେଇ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଭ୍ୟାକ୍ସିନ ଆସିବା ପୂର୍ବରୁ ଭାରତ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ପ୍ରସ୍ତୁତିରେ ଲାଗି ପଡ଼ିଛି । ତେବେ ସୋମବାରଠାରୁ ଭାରତରେ ଟିକାର ୪୮ ଘଣ୍ଟା ପର୍ଯ୍ୟନ୍ତ ମକ୍‌ ଡ୍ରିଲ ଆରମ୍ଭ ହେଉଛି ।

ଏହି ରାଜ୍ୟରେ ହେବ କରୋନା ଟିକା ପରୀକ୍ଷା:
ପ୍ରଥମେ କେନ୍ଦ୍ର ସରକାର ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ମକ୍‌ଡ୍ରିଲ କରାଇବେ। ଅର୍ଥାତ ଟିକାର ପ୍ରୋଗ୍ରାମ ଲଞ୍ଚ ହେବାର ସମସ୍ତ ପ୍ରକ୍ରିୟା ପରଖାଯିବ। ଏହି ପ୍ରକ୍ରିୟାରେ ଟିକା ଯୋଗାଇବା, ପରୀକ୍ଷା ରସିଦ ଏବଂ ଆବଶ୍ୟକ ତଥ୍ୟ ପ୍ରଦାନ କରିବା, ଟିକା ପ୍ରକ୍ରିୟାରେ ଜଡ଼ିତ ଦଳର ସଦସ୍ୟଙ୍କୁ ନିୟୋଜିତ କରିବା, ଦୂରତା ବଣ୍ଟନ ପ୍ରଣାଳୀ ପରୀକ୍ଷା କରିବା, ଶୀତଳ ଭଣ୍ଡାର ପରୀକ୍ଷା କରିବା ଅନ୍ତର୍ଭୁକ୍ତ ହେବ।

ଏଠାରେ କରାଯିବ ମକ୍‌ଡ୍ରିଲ୍‌:

ଜିଲା ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ଡାକ୍ତରଖାନାରେ ଏହି ମକ୍‌ଡ୍ରିଲ କରାଯିବ। ଯାହାକି ଏହି ମକ୍‌ଡ୍ରିଲର ଫଳାଫଳ ଆଗାମୀ ଟିକାକରଣ ଯୋଜନା ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ।

Share