ମାର୍ଚ୍ଚ ୧ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୪।୨: କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିଲା। ବର୍ତ୍ତମାନ କୋନ୍ଦ୍ର ସରକାର ଏହି କ୍ଷେତ୍ରରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ଭାରତରେ କରୋନା ଟିକାକରଣ କାର୍ଯ୍ୟ ବିଶ୍ୱର ଦ୍ରୁତ ଗତିରେ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଯାହା ଆପ୍‌ରେ ରେକର୍ଡ ରହିଛି। ଦେଶ ବର୍ତ୍ତମାନ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି।

Share