Categories: ଜାତୀୟ

କରୋନା ଟିକା ବିବାଦ: ଆମେରିକା ଟିକାରେ ଗାଈ ରକ୍ତ !

ନୂଆଦିଲ୍ଲୀ,୨୮।୧୨: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଥିବାବେଳେ ଏବେ ଟିକା ଦେବାକୁ ନେଇ ଭିନ୍ନ ଭିନ୍ନ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ଚାଇନା ଦ୍ୱାରା ପ୍ରସ୍ତୁତ ଟିକାରେ ଘୁଷୁରୀ ରକ୍ତ ରହିଥିବା ନେଇ ପୂର୍ବରୁ ଦାବି କରାଯାଇଥିଲା। ଏହାକୁ ମୁସଲମାନ୍‌ ନ ନେବାକୁ କେତେକ ମୁସଲମାନ୍‌ ସଂଗଠନ କହିଥିଲେ। ଏବେ ଆମେରିକା ଦ୍ୱାରା ପ୍ରସ୍ତୁତ ଟିକାରେ ଗାଈ ରକ୍ତ ରହିଥିବା ଦର୍ଶାଇ ହିନ୍ଦୁ ମହାସଭାର ସ୍ବାମୀ ଚକ୍ରପାଣି ଏହାକୁ ନେଲେ ଧର୍ମ ନଷ୍ଟ ହେବ ବୋଲି କହିଛନ୍ତି। ଜୀବନ ପଛେ ଯାଉ କିନ୍ତୁ ଧର୍ମ ରହୁ ବୋଲି ସେ କହିଛନ୍ତି। କରୋନା ପ୍ରତିଷେଧକ ଟିକା ସମ୍ପର୍କିତ ସମସ୍ତ ତଥ୍ୟର ସୂଚନା ଲୋକଙ୍କୁ ସରକାର ଦେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏନେଇ ଚକ୍ରପାଣି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ମଧ୍ୟ ଲେଖିଛନ୍ତି।

Share