କେନ୍ଦ୍ରକୁ ଅଧିକ ଭ୍ୟାକ୍ସିନ ମାଗିଲେ ଗେହଲଟ

ଜୟପୁର,୫ ।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଭ୍ୟାକ୍ସିନ କମ୍ ଥିବାରୁ ବାଧ୍ୟହୋଇ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡୁଛି । ସେ ଟୁଇଟ୍ କରି କହିଛନ୍ତି ରାଜ୍ୟରେ ମାତ୍ର ୭୦ ହଜାର ଭ୍ୟାକ୍ସିନ ଉପଲବ୍ଧ ଥିବା ବେଳେ ଏହା ସୋମବାର ସରିଯିବ । ଫଳରେ ଟିକାକରଣକୁ ବନ୍ଦ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟକୁ ଆବଶ୍ୟକ ମାତ୍ରାରେ ଭ୍ୟାକ୍ସିନ କେନ୍ଦ୍ର ସରକାର ଯୋଗାଇ ନ ଦେବା ଫଳରେ ବାରମ୍ବାର ଟିକାକରଣକୁ ବନ୍ଦ କରିବାକୁ ପଡୁଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଏହାର ମୁକାବିଲା କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ଯୋଗାଇ ଦେବାକୁ ଗେହଲଟ ଅନୁରୋଧ କରିଛନ୍ତି । ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖାରଜ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି ।

Share