ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ରେକର୍ଡ ସଂଖ୍ୟକ ୧,୭୯, ୮୦୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରେ ଗୋଟିଏ ଦିନରେ ଏହା ସର୍ବାଧିକ ରିପୋର୍ଟ ହୋଇଥିବା ମାମଲା। ଫ୍ରାନ୍ସ ସହିତ ଇଟାଲୀ, ଗ୍ରୀସ, ପର୍ତ୍ତୁଗାଲ ଏବଂ ବ୍ରିଟେନ ରେ ମଧ୍ୟ କରୋନା ମହାମାରୀ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।
ବ୍ରିଟେନରେ ଗତ ୨୪ଘଣ୍ଟା ମଧ୍ୟରେ ଏକ ରେକର୍ଡ ସଂଖ୍ୟକ ୧,୨୯,୪୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଉତ୍ତର ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡର ଆକ୍ରାନ୍ତଙ୍କୁ ସାମିଲ କରାଯାଇନାହିଁ। ଏହାପୂର୍ବରୁ, ୨୪ ଡିସେମ୍ବରରେ, ବ୍ରିଟେନରେ ସର୍ବାଧିକ ୧, ୨୨,୧୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କରୋନାର ନୂତନ ଲହରକୁ ଦୃଷ୍ଟିରେ ରଖି ୟୁରୋପୀୟ ଦେଶଗୁଡ଼ିକ ପୁଣି ଥରେ ଲକଡାଉନ ଆଡକୁ ମୁହାଁଇଥିବାର ଦେଖାଯାଉଛି। ରାତ୍ରିରେ କର୍ଫ୍ୟୁ ଲାଗୁ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏସବୁ ଦେଶଗୁଡ଼ିକରେ ଟିକାର ତୃତୀୟ ଡୋଜ୍‌ ଦେବା ଆରମ୍ଭ କରାଯାଇଛି।

Share