ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୧୮କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦୁଝରରୁ ଜଣେ ଲେଖାଏ ରହିଛନ୍ତି । ତେବେ ଆଜି ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।