ଜୁଲାଇରେ କରୋନା ନେଲା ୨୫ ହଜାରରୁ ଅଧିକ ଜୀବନ…

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ କରୋନା ମହାମାରୀ ସଂକ୍ରମଣରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଜାରି ରହିଥିଲା। ଜୁଲାଇ ମାସର ଶେଷ ସପ୍ତାହରେ, ସକ୍ରିୟ ସଂଖ୍ୟା ୩୦ ରୁ ୪୦ ହଜାର ମଧ୍ୟରେ ଥିଲା। ଜୁଲାଇରେ କରୋନାରେ ଆକ୍ରାନ୍ତ ହୋଇ ଦେଶରେ ୨୫ ହଜାର ୨୮୧ ଲୋକଙ୍କ ଜୀବନ ଯାଇଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଦେଶରେ ୪,୧୦,୯୫୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସୁସ୍ଥତା ହାର ହେଉଛି ୯୭.୩୬ ପ୍ରତିଶତ ରହିଛି। ଦେଶରେ ଇତିମଧ୍ୟରେ କରୋନା ଯୋଗୁ ୪,୨୪,୩୫୧ ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଦେଶରେ ୪୬ କୋଟି ୭୨ ଲକ୍ଷ ୫୯ ହଜାର ୭୭୫ ଡୋଜ କରୋନା ଟିକା ଦିଆଯାଇଛି। ଶନିବାର ୫୩ ଲକ୍ଷ ୭୨ ହଜାର ୩୦୨ ଡୋଜ ଟିକା ଦିଆଯାଇଥିଲା । ସେଥିମଧ୍ୟରେ ୩୮ ଲକ୍ଷ ୨୨ ହଜାର ୨୪୧ ଲୋକ ପ୍ରଥମ ଡୋଜ୍‌ ନେଇଥିବାବେଳେ ୧୫ ଲକ୍ଷ ୫୦ ହଜାର ୬୧ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା।

Share