ରାଜ୍ୟରୁ ପୁଣି ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୋଳ ଓ ନୟାଗଡ଼ ଜିଲାରୁ ୨ଜଣ ଲେଖାଏ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର ଜିଲାରୁ ଜଣେ ଲେଖାଏ ରହିଛନ୍ତି । ରାଜ୍ୟରେ ଆଜି ୨୫୧ ଜଣ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।