ରାଜ୍ୟରୁ ପୁଣି ୬୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି। ୬୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏ ଅଛନ୍ତି। ସେହିପରି ବଲାଙ୍ଗୀର, ନୟାଗଡ଼ରୁ ଜଣେ ଲେଖାଏଙ୍କ ପ୍ରାଣ ଯାଇଛି। ଏହାବାଦ କଟକରୁ ୯, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨ , ଜଗତସିଂହପୁରରୁ ୩, ଯାଜପୁରରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୬, ପୁରୀରୁ ୭ ଆକ୍ରାନ୍ତ ଆଖି ବୁଜିଛନ୍ତି।