ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୭୬୫କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୫ ଜଣ ଅଛନ୍ତି। ଏହାବାଦ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏ, ଜଗତସିଂହପୁରରୁ ୬, ଅନୁଗୋଳରୁ ଓ ମୟୂରଭଞ୍ଜରୁ ଜଣ ୫ ଲେଖାଏ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରୁ ୩ ଜଣ ଲେଖାଏ, ନୟାଗଡ଼ରୁ ୨, ବୌଦ୍ଧ ଓ ପୁରୀ ଜିଲାରୁ ଜଣେ ଲେଖାଏ କରୋନାରେ ଆଖି ବୁଜିଛନ୍ତି।