ରାଜ୍ୟରୁ ପୁଣି ୪୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର କରୋନା ଆଉ ୪୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି। ଏହି ୪୦ ମୃତକଙ୍କ ମଧ୍ୟରୁଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ବରଗଡ଼ କଟକ ଓ ନୟାଗଡ଼ ଜିଲାରୁ ୫ ଜଣ ଲେଖାଏଙ୍କ ମୃତ୍ୟୁ ଘଟି ଥିବାବେଳେ ପୁରୀରୁ ୪ ଏବଂ ଅନୁଗୋଳ ଓ ଗଞ୍ଜାମ ଜିଲାରୁ ୩ ଜଣ ଲେଖାଏଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲାରୁ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁର ଜିଲାରୁୁ ଜଣେ ଲେଖାଏଙ୍କ ପ୍ରାଣ ନେଇଛି କରୋନା।