ରାଜ୍ୟରୁ ପୁଣି ୨୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୨୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୭୭୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜ ଜିଲାରୁ ୩ଜଣ ଲେଖାଏ ରହିଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲାରୁ ୨ଜଣ ଲେଖାଏ ରହିଛନ୍ତି । ସେହିପରି ଭଦ୍ରକ, ଢେଙ୍କାନାଳ , ଗଞ୍ଜାମ , ଜଗତ୍‌ସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, ନୂଆପଡ଼ା, ପୁରୀ, କେନ୍ଦ୍ରାପଡ଼ା ଜିଲାରୁ ଜଣେ ଲେଖାଏ ରହିଛନ୍ତି ।