ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୩୫କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରୁ କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧାରୁ ୨ ଲେଖାଏ ଥିବା ବେଳେ ଯାଜପୁରରୁ ଜଣେ ଅଛନ୍ତି।