କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ଜଣ ରହିଥିବା ବେଳେ ଗଜପତିରୁ ୧ ଓ କନ୍ଧମାଳରୁ ୧ ରହିଛନ୍ତି।

ଗଞ୍ଜାମ ଜିଲାର ମୃତକ ୩ଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ୨ଜଣ ପୁରୁଷ। ମହିଳାଙ୍କ ବୟସ ୪୦ ହୋଇଥିବା ବେଳେ ପୁରୁଷଙ୍କ ବୟସ ଯଥାକ୍ରମେ ୬୧ ଓ ୬୦। ସମସ୍ତେ ଡାଇବେଟିସ ସମେତ ଅନ୍ୟ ରୋଗରେ ପୀଡିତ ଥିଲେ। ସେହିପରି ଗଜପତିର ମୃତକ ଜଣଙ୍କ ୭୨ ବର୍ଷୀୟ ବୃଦ୍ଧ। ପୂର୍ବରୁ ସେ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ। କନ୍ଧମାନଙ୍କ ମୃତକ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୮୬। ସେ ମଧ୍ୟ ଡାଇବେଟିସ ସମେତ ଅନ୍ୟ ରୋଗରେ ପୀଡିତ ଥିଲେ।