ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହର ଜିଲାରୁ ୪୪ ଜଣଙ୍କ ଜୀବନ ନେଲାଣି । ମିଳିଥିବା ସୂଚନା ଅନୁସାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ୍‌ ୨୯୨ ଜଣଙ୍କ ପ୍ରାଣ ଯାଇଛି। ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଜିଲାରେ କମି ଆସୁଥିବାବେଳେ ମୃତ୍ୟୁକୁ ନେଇ ଚିନ୍ତା ବଢୁଛି। ଜିଲାରେ ସୋମବାର ଆଉ ୯୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।