ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ଆଇସୋଲେଶନରେ ରହିଥିଲେ। ଗତ ଶୁକ୍ରବାର ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶିଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ପାକିସ୍ତାନର ବହୁ ଏମ୍‌ପି ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଲାଣି। ବାଲୁଚିସ୍ତାନର ପୂର୍ବତନ ଗଭର୍ନର ସୟେଦ ପଜଲ ଆଘା, ପାକିସ୍ତାନ ତେହରିକ୍‌ ଇ-ଇନ୍‌ସାଫ (ପିଟିଆଇ)ର ପଞ୍ଜାବ ଏମ୍‌ପି ଶାହିଦ ରାଜା, ସିନ୍ଧ ପ୍ରଦେଶର ମନ୍ତ୍ରୀ ଗୁଲାମ ମୁର୍ତାଜା ବାଲୋଚ୍‌, ଆଇନ ପ୍ରଣେତା ମୁନିର ଖାନ ଓରାକ୍‌ଜାଇ, ପିଟିଆଇର ମିଆଁ ଜାମ୍‌ଶେଦୁଦ୍‌ ଡିନ୍‌ କାକାଖେଲଙ୍କର କରୋନାରେ ମୃତ୍ୟୁ ଘଟିଛି।

Share