ଭାକ୍ସିନ୍‌ ଦ୍ୱାରା ହାରିବ କରୋନା: ୟୁନିସେଫ୍‌…

ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍‌ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ, କରୋନା ମହାମାରୀ ଭାକ୍ସିନ୍‌ ଦ୍ୱାରା ହିଁ ହାରିବ। ପୋଲିଓ ଭଳି ଭୟଙ୍କର ରୋଗକୁ ଯେପରି ଭାକ୍ସିନ୍‌ ଦ୍ୱାରା ପରାସ୍ତ କରାଯାଇଛି, ସେପରି ସ୍ଥିତି କରୋନାର ମଧ୍ୟ ହେବ ବୋଲି ୟୁନିସେଫ୍‌ କହିଛି। କରୋନାକୁ ଭୟ ନ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବାକୁ ୪୭ ସେକେଣ୍ଡର ଏହି ଭିଡ଼ିଓରେ କୁହାଯାଇଛି। ଭାରତରେ କରୋନା ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ନେଇ ୟୁନିସେଫ୍‌ ଚିନ୍ତାବ୍ୟକ୍ତ କରିଛି।

Share