Categories: ଜାତୀୟ

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ କରୋନା ଶିଖରରେ ରହିବ। ନୀତି ଆୟୋଗ ସଦସ୍ୟ ଡା ଭି.କେ ପାଲ ଆସନ୍ତା ଚାରି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିବାବେଳେ ଆଇଆଇଟି କାନପୁରର ଟିମ କହିଛି ଯେ ଗାଣିତିକ ମଡେଲ ଉପରେ ଆଧାର କରି ଦେଶରେ କରୋନା ଲହର ଏପ୍ରିଲ ୨୦ରୁ ୨୫ରୁ ମଧ୍ୟରେ ଶୀର୍ଷରେ ରହିବ। ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ ଅନୁଯାୟୀ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ଦେଖାଯାଉଛି। ଆମେ ଆଶା କରୁଛୁ ଏପ୍ରିଲ ୨୦ରୁ ୨୫ ପରେ କିଛି ଆଶ୍ୱସ୍ତି ମିଳିବ। ସେ କହିଛନ୍ତି ଯେ ମେ ମାସ ଶେଷ ସୁଦ୍ଧା ପରିସ୍ଥିତି ଭଲ ହୋଇଯିବ।

Share