ପୁଣି ଜଣେ ଅଭିନେତ୍ରୀଙ୍କୁ କରୋନା

ମୁମ୍ବାଇ: ଏବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହି ସମୟରେ ଅନେକ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଖବର ଜାଣିବାକୁ ମିଳୁଛି। ବର୍ତ୍ତମାନ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିମି ତାଙ୍କ ଟୁଇଟର ପେଜ୍‌ରେ ଏହି ସୂଚନା ଦେଇଛନ୍ତି।

ସେ ଟୁଇଟ୍‌ କରି ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। କିଛିଦିନ ହେବ ମୁଁ ଘରୁ ବାହାରି ନାହିଁ କିମ୍ବା ଲୋକଙ୍କୁ ଭେଟି ନାହିଁ। ମୁଁ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛି ଏବଂ ଡାକ୍ତରଙ୍କ ସହ ପରାମର୍ଶ ନେଉଛି। ମୁଁ ଆପଣଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛି। ସତର୍କତା ଅବଲମ୍ବନ କରିବା ଏବଂ ମାସ୍କ ପିନ୍ଧିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ’ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

Share