ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏବେ ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ଆସିଯାଇଥିବା କୁହାଯାଉଛି । କାରଣ ସେଠାରେ ପୂର୍ବ ଲହର ଅପେକ୍ଷା ଏବେ ୫୦ ପ୍ରତିଶତ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ୧୮ ବର୍ଷରୁ କମ୍ ବୟସର ଶିଶୁମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଲବାମା, ଅରକଂସାସା, ଲୁସିୟାନା ଓ ଫ୍ଲୋରିଡାରେ ୧୮ ବର୍ଷରୁ କମ୍ ବୟସର ଅଧିକାଂଶ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ୭ ନିବଜାତ ଶିଶୁ ଏନ୍‌ଆଇସିୟୁରେ ଥିବା ବେଳେ ୨ ଆଇସିୟୁରେ ଓ ୨ଜଣ ଭେଣ୍ଟିଲେଟରରେ ଜୀବନ ସହ ଲଢୁଥିବା କୁହାଯାଉଛି । ଲୁସିୟାନାରେ ଜୁଲାଇ ଶେଷ ସପ୍ତାହ ବେଳକୁ ସବୁଠାରୁ ଅଧିକ ୪୨୩୨ ଶିଶୁ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏଠାରେ ୧୫-୨୦ ଜୁଲାଇ ମଧ୍ୟରେ ୫ବର୍ଷ ବୟସରୁ କମ୍ ବୟସର ପ୍ରାୟ ୪୦ ଶିଶୁ କରୋନାରେ ପୀଡ଼ିତ ହୋଇଥିଲେ । ଭାରତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଥିବା ବେଳେ ତୃତୀୟ ଲହରରେ ଏହାଠାରୁ ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା କରାଯାଉଛି ।

Share