ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏବେ ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ଆସିଯାଇଥିବା କୁହାଯାଉଛି । କାରଣ ସେଠାରେ ପୂର୍ବ ଲହର ଅପେକ୍ଷା ଏବେ ୫୦ ପ୍ରତିଶତ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ୧୮ ବର୍ଷରୁ କମ୍ ବୟସର ଶିଶୁମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଲବାମା, ଅରକଂସାସା, ଲୁସିୟାନା ଓ ଫ୍ଲୋରିଡାରେ ୧୮ ବର୍ଷରୁ କମ୍ ବୟସର ଅଧିକାଂଶ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ୭ ନିବଜାତ ଶିଶୁ ଏନ୍‌ଆଇସିୟୁରେ ଥିବା ବେଳେ ୨ ଆଇସିୟୁରେ ଓ ୨ଜଣ ଭେଣ୍ଟିଲେଟରରେ ଜୀବନ ସହ ଲଢୁଥିବା କୁହାଯାଉଛି । ଲୁସିୟାନାରେ ଜୁଲାଇ ଶେଷ ସପ୍ତାହ ବେଳକୁ ସବୁଠାରୁ ଅଧିକ ୪୨୩୨ ଶିଶୁ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏଠାରେ ୧୫-୨୦ ଜୁଲାଇ ମଧ୍ୟରେ ୫ବର୍ଷ ବୟସରୁ କମ୍ ବୟସର ପ୍ରାୟ ୪୦ ଶିଶୁ କରୋନାରେ ପୀଡ଼ିତ ହୋଇଥିଲେ । ଭାରତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଥିବା ବେଳେ ତୃତୀୟ ଲହରରେ ଏହାଠାରୁ ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri