କରୋନା: ବନ୍ୟଜନ୍ତୁ ବି କଲବଲ

କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଏଭଳି ବାଂଶପାଳ ଓ ତେଲକୋଇ ବ୍ଲକ ଅଞ୍ଚଳର ବଣ ଜଙ୍ଗଲରେ ରହୁଥିବା ମାଙ୍କଡ ମାନଙ୍କ ଅବସ୍ଥା ହୋଇଛି । ଅନେକ ସ୍ଥାନରେ ଆଗଭଳି ମାଙ୍କଡ ପଲ ଦେଖିବାକୁ ମିଳୁନାହିଁ। କୁଆଡେ ଗଲେ ଜଣାପଡୁନାହିଁ। ଜଙ୍ଗଲରେ ଖାଦ୍ୟଭାବ ଯୋଗୁ ରାଜରାସ୍ତାକୁ ଆସି ଖାଦ୍ୟ ପାଇଁ ଅପେକ୍ଷା କରିଥାନ୍ତି। ରାସ୍ତାରେ ଯାଉଥିବା ବାଟୋଇ, ଲାଇନ ଟ୍ରକ ଚାଳକ ତଥା ଆସୁଥିବା ପର୍ଯ୍ୟଟକ ମାନେ ସେମାନଙ୍କୁ ଯାହା ଖାଇବାକୁ ଦିଅନ୍ତି ସେସବୁ ଖାଇଥାନ୍ତି । ତେବେ ବଣଜଙ୍ଗଲର ଫଳମୂଳ ଖାଇ ଆସୁଥିବା ଏହି ବନ୍ୟଜନ୍ତୁ ଏବେ ଲୋକଙ୍କ ଖାଦ୍ୟ ଖାଇବା ଦ୍ୱାରା ପୁଷ୍ଟିହୀନତାର ଶୀକାର ହୋଇ ରୋଗାଗ୍ରସ୍ତ ହୋଇପଡୁଛନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ କୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନେ ଚିନ୍ତା ପ୍ରକଟ କରୁଛନ୍ତି।
ଅନେକ ମାଙ୍କଡ ବିପଦପୂର୍ଣ୍ଣ ଭାବରେ ନିଜର ଛୋଟ ଛୁଆ କୋଳରେ ଧରି ରାସ୍ତା ଉପରେ ଖାଦ୍ୟ ପାଇଁ ଘୁରିବୁଲୁଥିବାରୁ ଦୁର୍ଘଟଣା ଭଳି ବିପଦ ଆଶଙ୍କା ରହିଛି । ରାସ୍ତା ସଂପ୍ରସାରଣ ନାମରେ ବ୍ୟାପକ ଜଙ୍ଗଲ କଟାଯିବା ସହ ପୋଡୁ ଚାଷ ନାମରେ ଜଙ୍ଗଲ ପୋଡି, ଜାଳେଣୀ ତଥା ଘର ଓ ଘର ଉପକରଣ ତିଆରି ପାଇଁ ଆବଶ୍ୟକ କାଠ ପାଇଁ ଜଙ୍ଗଲ ଧ୍ୱଂସ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛିା ଏଣୁ ଏନେଇ ବନ ବିଭାଗ ସେମାନଙ୍କ ସୁରକ୍ଷା ଓ ଖାଦ୍ୟ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ବିଶେଷ କରି କାଞ୍ଜିପାଣି ଘାଟିର କାଞ୍ଜିପାଣି-ତେଲକୋଇ, କାଞ୍ଜିପାଣି-ଜଗମୋହନପୁର ତଥା ତେଲକୋଇ-ଜଗମୋହନପୁର, ଶୁଆକାଠି-ବାୟାପଣ୍ଡାଧାର ଆଦି ରାସ୍ତାରେ ଏଭଳି ବହୁ ସଂଖ୍ୟାରେ ମାଙ୍କଡମାନେ ରାସ୍ତା କଡ଼ରେ ଖାଦ୍ୟ ପାଇଁ ଘୁରି ବୁଲୁଛନ୍ତି। ଏବେ କରୋନା ସମୟରେ ଯାତାୟାତ କମିଯାଉଥିବାବେଳେ ଏବଂ ଢାବା, ହୋଟେଲ ଆଦିରେ ଖାଦ୍ୟ କଟକଣା, ଦୋକାନ ବଜାର ବନ୍ଦ ଆଦି କାରଣରୁ ଅଧିକ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ ମାନେ ମତବ୍ୟକ୍ତ କରୁଛନ୍ତି । ଫଳମୂଳ ଅପେକ୍ଷା ଅଧିକ ବିସ୍କୁଟ, ତେଲଭାଜି ଖାଦ୍ୟ, ଭାତ ଆଦି ଲୋକ ମାନେ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି। ଏପରି କରିବା ଆଦୌ ଉଚିତ୍‌ ନୁହେଁ। ବନ୍ୟଜନ୍ତୁଙ୍କୁ ବାହାର ଖାଦ୍ୟ ନ ଦେବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ସତର୍କତା ଫଳକ ନ ଥିବାରୁ ବହୁ ଲୋକ ଜାଣି ପାରୁନାହାନ୍ତି। ସେହିପରି ହାତୀ ଭଳି ମାଙ୍କଡ ଚଳପ୍ରଚଳ ଅଞ୍ଚଳ ଜଙ୍ଗଳ ଗୁଡିକୁ ଚିହ୍ନଟ କରି ସଚେତନତା ବୋର୍ଡ ମାରିବା ସହ ସେମାନଙ୍କ ପାଇଁ ପିଜୁଳି ଭଳି ଫଳଗଛ ବନୀକରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri