କରୋନା: ବନ୍ୟଜନ୍ତୁ ବି କଲବଲ

କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଏଭଳି ବାଂଶପାଳ ଓ ତେଲକୋଇ ବ୍ଲକ ଅଞ୍ଚଳର ବଣ ଜଙ୍ଗଲରେ ରହୁଥିବା ମାଙ୍କଡ ମାନଙ୍କ ଅବସ୍ଥା ହୋଇଛି । ଅନେକ ସ୍ଥାନରେ ଆଗଭଳି ମାଙ୍କଡ ପଲ ଦେଖିବାକୁ ମିଳୁନାହିଁ। କୁଆଡେ ଗଲେ ଜଣାପଡୁନାହିଁ। ଜଙ୍ଗଲରେ ଖାଦ୍ୟଭାବ ଯୋଗୁ ରାଜରାସ୍ତାକୁ ଆସି ଖାଦ୍ୟ ପାଇଁ ଅପେକ୍ଷା କରିଥାନ୍ତି। ରାସ୍ତାରେ ଯାଉଥିବା ବାଟୋଇ, ଲାଇନ ଟ୍ରକ ଚାଳକ ତଥା ଆସୁଥିବା ପର୍ଯ୍ୟଟକ ମାନେ ସେମାନଙ୍କୁ ଯାହା ଖାଇବାକୁ ଦିଅନ୍ତି ସେସବୁ ଖାଇଥାନ୍ତି । ତେବେ ବଣଜଙ୍ଗଲର ଫଳମୂଳ ଖାଇ ଆସୁଥିବା ଏହି ବନ୍ୟଜନ୍ତୁ ଏବେ ଲୋକଙ୍କ ଖାଦ୍ୟ ଖାଇବା ଦ୍ୱାରା ପୁଷ୍ଟିହୀନତାର ଶୀକାର ହୋଇ ରୋଗାଗ୍ରସ୍ତ ହୋଇପଡୁଛନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ କୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନେ ଚିନ୍ତା ପ୍ରକଟ କରୁଛନ୍ତି।
ଅନେକ ମାଙ୍କଡ ବିପଦପୂର୍ଣ୍ଣ ଭାବରେ ନିଜର ଛୋଟ ଛୁଆ କୋଳରେ ଧରି ରାସ୍ତା ଉପରେ ଖାଦ୍ୟ ପାଇଁ ଘୁରିବୁଲୁଥିବାରୁ ଦୁର୍ଘଟଣା ଭଳି ବିପଦ ଆଶଙ୍କା ରହିଛି । ରାସ୍ତା ସଂପ୍ରସାରଣ ନାମରେ ବ୍ୟାପକ ଜଙ୍ଗଲ କଟାଯିବା ସହ ପୋଡୁ ଚାଷ ନାମରେ ଜଙ୍ଗଲ ପୋଡି, ଜାଳେଣୀ ତଥା ଘର ଓ ଘର ଉପକରଣ ତିଆରି ପାଇଁ ଆବଶ୍ୟକ କାଠ ପାଇଁ ଜଙ୍ଗଲ ଧ୍ୱଂସ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛିା ଏଣୁ ଏନେଇ ବନ ବିଭାଗ ସେମାନଙ୍କ ସୁରକ୍ଷା ଓ ଖାଦ୍ୟ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ବିଶେଷ କରି କାଞ୍ଜିପାଣି ଘାଟିର କାଞ୍ଜିପାଣି-ତେଲକୋଇ, କାଞ୍ଜିପାଣି-ଜଗମୋହନପୁର ତଥା ତେଲକୋଇ-ଜଗମୋହନପୁର, ଶୁଆକାଠି-ବାୟାପଣ୍ଡାଧାର ଆଦି ରାସ୍ତାରେ ଏଭଳି ବହୁ ସଂଖ୍ୟାରେ ମାଙ୍କଡମାନେ ରାସ୍ତା କଡ଼ରେ ଖାଦ୍ୟ ପାଇଁ ଘୁରି ବୁଲୁଛନ୍ତି। ଏବେ କରୋନା ସମୟରେ ଯାତାୟାତ କମିଯାଉଥିବାବେଳେ ଏବଂ ଢାବା, ହୋଟେଲ ଆଦିରେ ଖାଦ୍ୟ କଟକଣା, ଦୋକାନ ବଜାର ବନ୍ଦ ଆଦି କାରଣରୁ ଅଧିକ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ ମାନେ ମତବ୍ୟକ୍ତ କରୁଛନ୍ତି । ଫଳମୂଳ ଅପେକ୍ଷା ଅଧିକ ବିସ୍କୁଟ, ତେଲଭାଜି ଖାଦ୍ୟ, ଭାତ ଆଦି ଲୋକ ମାନେ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି। ଏପରି କରିବା ଆଦୌ ଉଚିତ୍‌ ନୁହେଁ। ବନ୍ୟଜନ୍ତୁଙ୍କୁ ବାହାର ଖାଦ୍ୟ ନ ଦେବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ସତର୍କତା ଫଳକ ନ ଥିବାରୁ ବହୁ ଲୋକ ଜାଣି ପାରୁନାହାନ୍ତି। ସେହିପରି ହାତୀ ଭଳି ମାଙ୍କଡ ଚଳପ୍ରଚଳ ଅଞ୍ଚଳ ଜଙ୍ଗଳ ଗୁଡିକୁ ଚିହ୍ନଟ କରି ସଚେତନତା ବୋର୍ଡ ମାରିବା ସହ ସେମାନଙ୍କ ପାଇଁ ପିଜୁଳି ଭଳି ଫଳଗଛ ବନୀକରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri