ଚାର୍‌ ଧାମ୍‌ ଯାତ୍ରା ପାଇଁ କରୋନା ପରୀକ୍ଷା ଜରୁରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ, ୨୭।୪ : ଉତ୍ତରାଖଣ୍ଡର ଚାର୍‌ ଧାମ୍‌ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଧନ ସିଂ ରାଓ୍ବତ ବୁଧବାର ସୂଚନା ପ୍ରଦାନ କରିଛନ୍ତିି। ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ଚାର୍‌ ଧାମ୍‌ ଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ କରୋନା ପରୀକ୍ଷାକୁ ଅନିବାର୍ଯ୍ୟ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

କରୋନା ମହାମାରୀ ଯୋଗୁ ଗତ ଦୁଇ ବର୍ଷ ଧରି ଚାର୍‌ ଧାମ୍‌ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ଚଳିତ ବର୍ଷ ଏହା ହେବାକୁ ଯାଉଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କର କରୋନା ପରୀକ୍ଷା କରାଯିବ। ତେବେ କୌଣସି ସ୍ଥଳେ କାହାକୁ ହଇରାଣ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Share